ରାଜନୈତିକ ହିଂସାରୁ ଗୁଳିମାଡ

0

( ଭୁବନେଶ୍ୱର /ରିପୋର୍ଟସଟୁଡେ): ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତେ ପରିମାଣରେ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି । ରାଜନେତା , ପ୍ରାର୍ଥୀଙ୍କ ହାଇଭୋଲଟେଜ ପ୍ରଚାର ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳରେ ରାଜନୈତିକ ହିଂସା ଦେଖାଦେଇଛି । ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।

ଟାଙ୍ଗି ଅଂଚଳରେ ଥିବା କାନ୍ତଳବାଇ ଗ୍ରାମରେ ଆଜି ରାଜନୈତିକ ହିଂସା ଦେଖାଦେଇଛି । ଏହି ହିଂସାକାଣ୍ଡରୁ ଦୁଇଜଣ ବ୍ୟକ୍ତିଙ୍କୁ ଗୁଳିମାଡ କରାଯାଇଛି । ତେବେ ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଗୋଟିଏ ନିର୍ଦିଷ୍ଟ ରାଜନୈତିକ ଦଳର ହୋଇଥିବାବେଳେ ଗୁଳିମାଡ କରିଥିବା ବ୍ୟକ୍ତି ଆଉ ଏକ ରାଜନୈତିକ ଦଳର ହୋଇଥିବା ଜଣାପଡିଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି । ଏହି ଘଟଣା ଘଟିବା ପରେ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ଫଳରେ ଗ୍ରାମରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।