ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କେସ୍ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୬ଜଣ ପୁରୁଷ ରହିଥିବା ବେଳେ ୨ଜଣ ମହିଳା ରହିଛନ୍ତି । ଜଣକୁ ଛାଡ଼ି ଅନ୍ୟ ୭ ଜଣ କରୋନା ସହିତ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିଲେ । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୪୫୬ ଜଣଙ୍କ ପ୍ରାଣହାନୀ ହୋଇଛି କରୋନାରେ । ମୃତଙ୍କ ମହିଳାଙ୍କ ମଧ୍ୟରୁ ଜଣେ ବରଗଡ଼ର ୬୧ ବର୍ଷୀୟ ଓ ଅନ୍ୟଜଣକ ଗଞ୍ଜାମର ୫୫ ବର୍ଷୀୟ । ସେହିଭଳି ଭଦ୍ରକର ୬୨ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ଜଣେ୬୫ ବର୍ଷୀୟ ଓ ଆଉ ଜଣେ ୫୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳ ବଲାଙ୍ଗୀରର ୪୦ ବର୍ଷୀୟ, ଗଞ୍ଜାମର ୪୫ବର୍ଷୀୟ ଓ ରାୟଗଡ଼ାର ୬୦ ବର୍ଷୀୟ ପୁରରୁଷଙ୍କର ମୃତ୍ୟୁ ହୋଇଛି ।