(ରିପୋର୍ଟସଟୁଡେ): ଆଗାମୀ ୨ରୁ୩ ଦିନ ଶୀତରେ ଥରିବ ସାରା ଓଡିଶା । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ସକାଳୁ ଘନ କୁହୁଡି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ,ଭଦ୍ରକ,ବାଲେଶ୍ୱର,କେନ୍ଦ୍ରାପଡା,ଜଗତସିଂହପୁର,କଟକ,ଅନୁଗୁଳ,ବୌଦ୍ଧ,କନ୍ଧମାଳ,ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।