ରାଜ୍ୟରେ ବିକାଶର ବିଫଳତା ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଲା କଂଗ୍ରେସ

0

(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ଗତକାଲି ବିଜେଡି ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ୨୩ ବର୍ଷ ଭିତରେ ରାଜ୍ୟରେ ବିକାଶର ବିଫଳତା ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବାକୁ ଉଦ୍ୟମ କରିଛି କଂଗ୍ରେସ। ବିଜେଡି ଗଠନ ପରଠୁ ଆଜି ପର୍ୟ୍ୟନ୍ତ କ୍ଷମତାରେ ରହିଥିବାବେଳେ ଏତେ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସମସ୍ତ ମାନଦଣ୍ଡରେ ଆଗେଇବା ବଦଳରେ ପଛରେ ପଡ଼ିଛି। ୨୦ବର୍ଷର ନିରଙ୍କୁଶ ଶାସନ କ’ଣ ଓଡ଼ିଶାର ବିକାଶ ପାଇଁ ଯଥେଷ୍ଟ ହେଲାନି କି ବୋଲି କଂଗ୍ରେସ ପକ୍ଷରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରାଯାଇଛି। ଏନେଇ ଆଜି କଂଗ୍ରେସ ମୁଖପାତ୍ର ସତ୍ୟ ନାୟକ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।