ଭୁବନେଶ୍ୱର : ରାଜ୍ୟ ସରକାର ଓଡିଶାରେ ବସବାସ କରୁଥିବା ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆଜି ଏହି ପାନୀୟ ଜଳ ପ୍ରକଳ୍ପପାଇଁ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ । ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ଜିଲ୍ଲାରେ ଦୁଇଗୋଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ୟ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ଗଞ୍ଜାମରେ ୪ଗୋଟି ବ୍ଲକ୍ ଅଧିନରେ ଥିବା ୮୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୦୪ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୬,୬୪,୩୧୩ ଜଣ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ସେଥି ମଧ୍ୟରୁ ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧିନରେ ଥିବା ୩୩ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୧ଟି ଗ୍ରାମର ପ୍ରାୟ ୧,୫୪,୬୨୧ଜଣ ଲୋକ, ଗଞ୍ଜାମ୍ ବ୍ଲକ୍ ଅଧିନରେ ଥିବା ୨ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୪ଟି ଗ୍ରାମର ପ୍ରାୟ ୧ଲକ୍ଷ ୩୫ ହଜାର ୪୨୨ଜଣ ଲୋକ ଓ ଖଲିକୋଟ ବ୍ଲକ ଅଧିନରେ ଥିବା ୩୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୪୩ଟି ଗ୍ରାମର ପ୍ରାୟ ୩ ଲକ୍ଷ୍ୟ ୫୮ ହଜାର ୫୬୮ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପରେ ଉପକୃତ ହୋଇପାରିବେ ।
୧୬ ପ୍ରସ୍ତାବରେ ଉପରେ ମୋହର ଲାଗିଛି । ଲୋକସେବା ଭବନ ଆଜି ବସିଥିଲେ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏସବୁ ନିଷ୍ପତ୍ତି ଗୁଡ଼ିକ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି ।