ରାଜ୍ୟ ପାଇବ ୫ ଉପମୁଖ୍ୟମନ୍ତ୍ରୀ

0

ବେଙ୍ଗାଲୁରୁ: ୨୦୨୩ରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏବେଠାରୁ ନିର୍ବାଚନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରି ସାରିଲାଣି । ୨୦୨୩ ନିର୍ବାଚନକୁ ଦୃଷ୍ଟି ରେଖି ପ୍ରାରମ୍ଭିକ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କୁ ପଦରୁ ହଟାଇ ବାସବରାଜ ବୋମ୍ମଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଗଲା । ଏବେ ସମସ୍ତ ବର୍ଗଙ୍କୁ ଖୁସି କରିବାକୁ ୫ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି ।
ବାସବରାଜ ଶୁକ୍ରବାର ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ସେଠାରେ ସେ ମନ୍ତ୍ରୀମଣ୍ଡଳକୁ ନେଇ ଆଲୋଚନା କରିବେ । ପ୍ରାୟ ୮ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ, ସେଥିରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । କର୍ଣ୍ଣାଟକରେ ସର୍ବାଧିକ ୩୪ ମନ୍ତ୍ରୀ ପଦ ପାଇଁ ସମ୍ବିଧାନିକ କ୍ଷମତା ରହିଛି । ତେବେ ଏହି ୮ ମନ୍ତ୍ରୀଙ୍କ ମଧ୍ୟରେ ଅନେକ ଯୁବ ଚେହେରାଙ୍କୁ ସାମିଲ କରି ରାଜ୍ୟରେ ଦଳର ପ୍ରଦର୍ଶନ ସୁଦୃଢ କରିବାକୁ ପ୍ରୟାସ କରାଯାଉଥିବା କୁହାଯାଉଛି । ତେବେ ଏତେ ସଂଖ୍ୟାରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାରେ ପୂର୍ବରୁ ଆନ୍ଧ୍ରର ଜଗନ ସରକାର ଉଦାହରଣ ସୃଷ୍ଟି କରିସାରିଛନ୍ତି ।