ରାଜ୍ୟ ବିଜେପି ତରଫରୁ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳୀ

0

(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତ୍ରୀ ତଥା ମୋଦୀସରକାରଙ୍କର ପ୍ରଥମପାଳିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ୱରାଜଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ସେଥିପାଇଁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ସୁଷମା ସ୍ୱରାଜଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଜେପିର ବରିଷ୍ଠ ନେତା ଦାମ ରାଉତ,ଗୋଲକ ମହାପାତ୍ର, ସମୀର ମହାନ୍ତିଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।