(ଅଜିତ କୁମାର ସାହୁ /ଜଳେଶ୍ୱର): ବାଲେଶ୍ଵର ଜିଲ୍ଲାର ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପୁତ୍ର ରାଜଶ୍ରୀ ମହାନ୍ତିଙ୍କୁ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ଖବର ପ୍ରକାଶ ହେବା ପରେ ବସ୍ତା, ଜଳେଶ୍ଵର ଓ ବାଲେଶ୍ଵର ବିଜେପି ଶିବିରରେ ଖୁସିର ଲହର ଦେଖିବାକୁ ମିଳିଛି। ଆଗାମୀ ଦିନରେ ଯୁବମୋର୍ଚ୍ଚାକୁ ଜିଲ୍ଲା ତଥା ରାଜ୍ୟରେ କିପରି ସଂଗଠିତ ଓ ସୁଦୃଢ କରାଯିବ ସେଥିପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ରାଜଶ୍ରୀ ପ୍ରକାଶ କରିଛନ୍ତି।ଏହି ଘୋଷଣା ପରେ ଶ୍ରୀ ମହାନ୍ତି ପ୍ରଥମେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିଷ ଆଚାର୍ୟ୍ୟଙ୍କୁ ଧନ୍ୟବାଦ ଦେବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରତାପ ଚନ୍ଦ୍ର ସଦ୍ଦଙ୍ଗୀ,ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବାଲେଶ୍ଵର ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।