ରାଜ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଜୁଏଲ ଓରାମ

0

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରାଇଭେଟ୍ ସେକ୍ରେଟାରିଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ। ରାଜ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲେ ଜୁଏଲ ଓରାମ। ଗତ ଜାନୁଆରୀ ୨୩ ତାରିଖରୁ ଜୁଏଲଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଡଃ ଗଵଲି ପରାଗ ହରସଦ ଅନୁପସ୍ଥିତ ଥିବା ନେ଼ଇ ଚିଠିରେ ଉଲ୍ଲେଖ କରାଯାଇଛି ଜୁଏଲ । ବିନା ଅନୁମତି ରେ ଅନୁପସ୍ଥିତ ରହିଛନ୍ତି ଆଇଏଏସ୍ ଅଫିସର । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିବା ସହ ପର୍ସନାଲ ଫାଇଲରେ ରେକଡ୍ ଅପଡେଟ ପାଇଁ ଶାସନ ସଚିବ ଙ୍କୁ ଅନୁରୋଧ ଜଣାଇଛନ୍ତି ଜୁଏଲ ଓରାମ ।