ରାଜ୍ୟ ସ୍ତରୀୟ ସାମାଜିକ କର୍ମୀଙ୍କ ବନ୍ଧୁ ମିଳନ ।

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ହାଟ ପଡିଆ ନିକଟ ହନୁମାନ ମନ୍ଦିର ପରିସରରେ ରାଜ୍ୟ ସ୍ତରୀୟ ସାମାଜିକକର୍ମୀ ମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାସୂଚନା ଅଧିକାର ଅଭିଯାନ ଓଡିଶା ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ୨୦୦୫ଲୋକାଯୁକ୍ତ ଆଇନ ମାନବର ଅଧିକାର ଆଇନ ଓ ଡିଜିଟାଲ ସେବା ସମ୍ବନ୍ଧୀୟ  ରାଜ୍ୟ ସ୍ତରୀୟ ଆଲେଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦିପ୍ର ପ୍ରଧାନ, ସଜୁକ୍ତା ପାଣିଗ୍ରାହୀ, ଦିବାକର ନାୟକ, ସତ୍ୟ ନାୟକ, ବିପିନି ମହାନ୍ତି, ଅଖଣ୍ଡ ମିଶ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି ସେବା ଯୋଗୁ ବହୁ ଲୋକ ଉପକାର ହୋଇ ପାରୁଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ବିଶେଷ କରି ଫନି ବାତ୍ୟାରେ ଲେକଙ୍କୁ ସାହାର୍ୟ୍ୟ କରିବାକୁ ଯାଇ ନିଜର ଗୋଡ ହରାଇଥିବା ପୁରୀ ସଦର ବ୍ଳକର ତଳଜଙ୍ଗ ଗ୍ରାମର ଲକ୍ଷ୍ମୀଧର ଜେନା ଓ ରବିନ୍ଦ୍ର ଜେନାଙ୍କୁ ପୁଷ୍ପଗୁଛ ପ୍ରଦା୍ନ କରାଯାଇ ସମ୍ମାନୀତ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ସାମାଜିକ କର୍ମୀ ମାନେ ଯୋଗଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ସୁଶୀଳ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।