ରାନୁ ମଣ୍ଡଲ ଆଗାମୀ ପ୍ରୋଜେକ୍ଟକୁ ନେଇ ଏମିତି କହିଲେ …

0

ମୁୁମ୍ବାଇ – ପୁଣି ଥରେ ନଜରକୁ ଆସିବେ ରାନୁ ମଣ୍ଡଲ । ଟିଭି ଶୋ ରାମାୟଣ ସୀତା ଓରଫ ଦୀପିକା ଚିଖଲିୟା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏଯଉଁଥିରେ ରାନୁ ମଣ୍ଡଲ ପ୍ରଂଶକଙ୍କୁ ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଉଥିବାର ନଜର ଆସିଛି । ଫିଲ୍ମ ସରୋଜିନୀ ରେ ଦୀପିକା ଚିଖଲିୟା ସରୋଜିନୀ ନାଇଡୁଙ୍କ ଭୁମିକାରେ ଅଭିନୟ କରୁଥିବାର ଜଣାପଡିଛି । ଏହି ଫିଲ୍ମର ଗୀତକୁ ରାନୁ ମଣ୍ଡଲ ଗାଇବେ । ଦୀପିକା ଚିଖଲିୟା ଭିଡିଓ ସେୟାର କରି ସେଥିରେ ଲେଖିଛନ୍ତି ଯେ , ମୋ ଫିଲ୍ମ ସରୋଜିନୀ ଧୀରଜ ମିଶ୍ରଙ୍କ ଦ୍ୱାରା ଲେଖାଯାଇଛି ।

ରାନୁ ମଣ୍ଡଲ ଭିଡିଓ ସେୟାର କରି କହିଛନ୍ତି ଯେ ଏହି ଫିଲ୍ମରେ ତାଙ୍କର ଶ୍ୱର ଦର୍ଶକ ଶୁଣୁିବାକୁ ପାଇବେ । ସେ ଏହା ମଧ୍ୟ କହିଛନ୍ତି ତାଙ୍କ ପ୍ରତି ଭଲପାଇବା ଓ ସମ୍ମାନ ମିଳିବ ଯାହା ତାଙ୍କୁ ପୂର୍ବରୁ ଦେଇଆସିଛନ୍ତି । କିଛି ଦିନ ତଳେ ଖବର ଆସିଥିଲା ଯେ ରାନୁ ମଣ୍ଡଲଙ୍କ ଜୀବନରେ ପୁଣି ଥରେ ଅନ୍ଧାର ଛାଇ ଯାଇଛି। ସେ ନିଜ ନୂଆ ଘର ଛାଡ଼ି ପୁରୁଣା ଘରକୁ ଚାଲି ଯାଇଛନ୍ତି। ରାନୁ ମଣ୍ଡଲଙ୍କ ପାଖରେ ଏବେ କାମ ନାହିଁ। ବଲିଉଡରେ କରୋନା ଭାଇରସ୍ ଯୋଗୁଁ କାମ ନ ମିଳିବା କାରଣରୁ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହେବାକୁ ଲାଗିଛି।୨୦୧୯ମସିହାରେ ରାନୁ ମଣ୍ଡଲଙ୍କ ଭାଗ୍ୟ ରାତାରାତି ବଦଳି ଯାଇଥିଲା। ରାନୁ ମଣ୍ଡଲଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ପ୍ରସିଦ୍ଧ ହୋଇଥିଲା,ଯେଉଁଥିରେ ସେ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ନଜର ଆସିଛନ୍ତି।