ରାସ୍ତାରେ ଓଲଟିଲା ଟ୍ରକ,ଯାତାୟତ ବାଧାପ୍ରାପ୍ତ

0

(ତ୍ରିଲୋଚନ ରାଉତ)ଭୁବନେଶ୍ୱର: ଆଜି କଟକ-ଭୁବନେଶ୍ୱର ମଧ୍ୟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ହଂସପାଳ ବଜାର ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଡ଼ିଭାଇଡ଼ରରେ ବାଡ଼େଇ ହୋଇ ରାସ୍ତା ଉପରେ ଓଲଟି ପଡ଼ିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଉକ୍ତ ଟ୍ରକକୁ ଉଠାଇବାକୁ ଆସିଥିବା କ୍ରେନ୍ଟି ମଧ୍ୟ ଓଲଟି ପଡ଼ିଥିଲା। ରାସ୍ତା ଅବରୋଧ ହୋଇ ଉଭୟ ପାର୍ଶ୍ୱରୁ ଆସୁଥିବା ଗାଡ଼ି ଅଟକି ରହିଥିଲା। ଏହା ଫଳରେ ବର୍ତ୍ତମାନ କଟକ-ଭୁବନେଶ୍ୱର ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଞ୍ଚି କ୍ରେନଟିକୁ ଉଠାଇବା ସହ ଟ୍ରକଟିକୁ ରାସ୍ତା କଡ଼କୁ ଆଣି ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା ।