(ସୁନ୍ଦର କୁମାର ପାଣି)କୋରାପୁଟ: କୋରାପୁଟ ସହରରେ ମନଇଚ୍ଛା ବେନିୟମରେ ମଟର ସାଇକେଲ , ତିନି ଚକିଆ ଅଟୋ ପାର୍କିଂ ହେତୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କୋରାପୁଟ ସହର ବାସୀ । ରାସ୍ତା ଦୁଇ ପାର୍ଶ୍ୱରେ ମଟର ସାଇକେଲ, ଅଟୋ ରଖୁଥିବାରୁ କୋରାପୁଟ ସହର ମୁଖ୍ୟ ରାସ୍ତା ଗୁଡିକ ସବୁ ବେଳେ ଜାମ ହେଉଥିବା ଦେଖିବାକୁ ମିଳେ । ଯାହାଫଳରେ ଜରୁରୀକାଳୀନ କାର୍ୟ୍ୟରୁ କୋରାପୁଟ ସହର ବାସୀ ବଞ୍ଚିତ ହୁଅନ୍ତି । କୋରାପୁଟ ସହର ଦେଇ ୨୬ ନମ୍ବରଜାତୀୟ ରାଜପଥ ଯାଇଛି । ରାସ୍ତା ପାର୍ଶ୍ଵରେ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ଏବଂ ପ୍ରାଇଭେଟ ଗୃହ ଗୁଡିକ ରହିଛି ସେମାନେ ନିଜସ୍ଵ ଗାଡି ସବୁ ରାସ୍ତା କଡ଼ରେ ରଖନ୍ତି ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି ଏବଂ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଡେଲି ମାର୍କେଟ ରହିଛି ପରିବା ବ୍ୟବସାୟୀ ମାନେ ରାସ୍ତା ପାର୍ଶ୍ଵରେ ପରିବା ପସରା କରି ବିକ୍ରି କରନ୍ତି । ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଅନେକ ଥର ରାସ୍ତା ପାର୍ଶ୍ଵରେ ବ୍ୟବସାୟୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ନୂତନ ଭାବେ ହୋଇଥିବା ପିଣ୍ଡି ରେ ବସି ବ୍ୟବସାୟ କରିବା ପାଇଁ ମାତ୍ର ସେମାନେ ନିୟମ ଉଲଂଘନ କରୁଛନ୍ତି। ଦୁଇ ଚକିଆ , ଚାରି ଚକିଆ ତିନି ଚକିଆ ଯାନ ରଖିବା ସ୍ଥାନ ମାନଙ୍କରେ ବ୍ୟବସାୟୀ ମାନେ ପରିବା ପସରା ମେଲାଇ ବସିଛନ୍ତି । ପୋଷ୍ଟ ଅଫିସ ରାସ୍ତା , ହାଟ ପଦା ରାସ୍ତା କୋରାପୁଟର ମୁଖ ରାସ୍ତା ରେ ବେନିୟମ ଭାବେ ପାର୍କିଂ କରିଥାନ୍ତି । ଯାହାଫଳରେ ଲୋକେ ଚାଲିକି ଯିବା ପାଇଁ ଅସୁବିଧା ହୁଏ। ଏହି କେତେ ଦିନ ଭିତରେ ଟ୍ରାଫିକ ସମସ୍ୟାର ପନ୍ଥା ବାହାର କରି ନୂତନ ଟ୍ରାଫିକ ନିୟମ ଅନୁଯାୟୀ ଅର୍ଥ ଦଣ୍ଡ ବ୍ୟବସ୍ଥା କରାଯିବ ଏବଂ ରାସ୍ତା ପାର୍ଶ୍ଵରେ ରଖୁଥିବା ଗାଡ଼ି ଉଠେଇ ନିଆଯିବ ଏବଂ ରାସ୍ତା ପାର୍ଶ୍ଵରେ ବସୁଥିବା ବ୍ୟବସାୟୀ ମାନଙ୍କୁ ନିର୍ଦ୍ଦେଶ ଅର୍ଥଦଣ୍ଡିତ କରାଯିବ । ରାସ୍ତା ପାର୍ଶ୍ଵରେ ବ୍ୟବସାୟୀ କରୁଥିବା ବ୍ୟବସାୟୀ ମାନଙ୍କୁ କୋରାପୁଟ ପୋରପରିଷଦ ପକ୍ଷରୁ ଡାକ ବାଦ୍ୟ ଯନ୍ତ୍ର ଦ୍ବାରା ସହର ରେ ଘୋଷଣା କରାଯାଇଛି । ଆସନ୍ତା ୭ତାରିଖରେ ମଧ୍ୟରେ ରାସ୍ତା ପାର୍ଶ୍ଵରେ ବ୍ୟାବସାୟିକ ମାନେ ଚନ୍ଦନ ପୋଖରୀ ନିକଟରେ ଥିବା ମାର୍କେଟ କମ୍ପେକ୍ସ ରେ ଦୋକାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଯଦି ଏହି ନିର୍ଦ୍ଦେଶ କୁ ଅମାନ୍ୟ କରନ୍ତି ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ।