(ମନୋଜ କୁମାର ସାହୁ/ରାୟଗଡା): ରାୟଗଡା ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସହାୟକ କଲେକ୍ଟର ଶିବ ପ୍ରସାଦ ପାଣିଗ୍ରାହୀଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି । ଆଜି ସକାଳେ ସେ କୈାଣସି କାରଣରୁ ମାତ୍ରାଧିକ କୁଇନାଇନ୍ ବଟିକା ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପରିବାର ବର୍ଗ ତାଙ୍କୁ ଆଣି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସହ କଲେକ୍ଟର ପାଣିଗ୍ରାହୀ ଗତ କିଛି ଦିନ ହେଲାଣି ଅଫିସ କାର୍ୟ୍ୟ ଭାରରେ ଅତିଷ୍ଠ ହୋଇପଡିଥିବାରୁ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ମେଡିକାଲ ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସିଡିଏମଓ କହିଛନ୍ତି ।