ରାୟଗଡା ବିଧାନସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ନିର୍ବାଚନ ମାମଲା ରୁଜୁ

0

(ରାୟଗଡା /ମନୋଜ କୁମାର ସାହୁ): ରାୟଗଡା ବିଧାନସଭା ଆସନ ନିର୍ବାଚନରେ ହୋଇଥିବା ଅନୟମିତା ନେଇ ହାଇକୋର୍ଟରେ ଏକ ନିର୍ବାଚନୀ ମାମଲା ରୁଜୁ ହୋଇଛି । ତା ପୁଣି ଜଣେ ଭୋଟର କରିଛନ୍ତି । ଭୋଟର ଆର.ହରିଶ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ରାୟଗଡା ବିଧାନସଭା ମଣ୍ଡଳୀଟି ଏସି,ଏସଟି ଓ ଆଦିବାସୀ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ହୋଇଥିବାବେଳେ ଝୋଡିଆ ସମ୍ପ୍ରଦାୟର ଜଣେ ପାର୍ଥୀ କିଭଳି ନିର୍ବାଚନ ଲଢ଼ୁଥିଲେ । ଏ ନେଇ ଏବେ ପଶ୍ନବାଚି ସୃଷ୍ଟି ହୋଇଛି । ରାଜ୍ୟ କିମ୍ବା କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ଝୋଡିଆମାନଙ୍କୁ ଆଦିବାସୀ ମାନ୍ୟତା ଦେଇନଥିବାବେଳେ ନିର୍ବାଚନ ସତ୍ୟପାଠରେ ଝୋଡିଆ ସମ୍ପ୍ରଦାୟରୁ ସ୍ୱାଧିନ ଭାବେ ଲଢ଼ିଥିବା ମକରନ୍ଦ ମୁଦୁଲି ବ୍ୟାପକ ଅନିୟମିତା କରିଛନ୍ତି । ତେଣୁ ନିର୍ବାଚନ ଅଧିକାରୀଙ୍କ ସମ୍ମାନରେ ମକରନ୍ଦ ମୁଦୁଲି ଯେଉଁ ସତ୍ୟପାଠ କରିଥିଲେ ତାହା ଆଇନ ଅନୁସାରେ ହୋଇନାହିଁ ବୋଲି ଅଭିଯୋଗ ହୋଇଛି । ଏହି ତ୍ରୁଟିପୂର୍ଣ୍ଣ ଶପଥ ପାଠକୁ ବିରୋଧ କରି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ଆବେଦନକାରୀ ମକରନ୍ଦ ମୁଦୁଲି ,ଆପଲା ସ୍ୱମୀ କାଡ୍ରାକା, ବସନ୍ତ କୁମାର ଉଲ୍ଲାକା , ଲାଲ ବିହାରୀ ହିମିରିକା ଓ ପୂର୍ଣ୍ଣବତୀ ମାଝୀଙ୍କୁ ପକ୍ଷଭୁକ୍ତ କରିଛନ୍ତି ।