(ସରୋଜ ରାଉତ)ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରେ ଥିବା ଅର୍ଥକୁ ରାଜ୍ୟସରକାର ଅପବ୍ୟବହାର କରୁଛନ୍ତି । ଏହି ଅର୍ଥକୁ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଖର୍ଚ୍ଚ ହେବାରେ ନିୟମ ଥିବା ବେଳେ ରାଜ୍ୟସରକାର ଏହାର ଦୂରୂପଯୋଗ କରୁଛନ୍ତି । ସରକାର ବେନିୟମ କାମ ନ କରନ୍ତୁ । ସରକାର ଏ ଅର୍ଥକୁ କାଳିଆ ଯୋଜନା ,ମଧୁବାବୁ ଯୋଜନାରେ ବିନିଯୋଗ କରୁଛନ୍ତି । ଏ ନେଇ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।