(ରିପୋଟର୍ସ ଟୁଡେ) ; ମହାମାରୀର ମହାବିପତି ବେଳେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସାରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଅନେକ ବ୍ୟବସ୍ଥା କରୁଛନ୍ତି । କିନ୍ତୁ ରୋଗୀ ସେବା ଯୋଗାଉଥିବା ଆମ୍ବୁଲାନ୍ସ ରୋଗୀ ବଦଳରେ ବୋହି ଚାଲିଛି ଗଛ ଚାରା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ତେବେ ଆମ୍ବୁଲାନ୍ସଟି ବେସରକାରୀ ହୋଇଥିବା ଜଣା ପଡିଥିବା ବେଳେ ଏଲ୍ ଆଣ୍ଡ ଟି ନାମକ ଏକ ସଂସ୍ଥା ଜିଲ୍ଲାରେ ଜଳ ଯୋଗାଣ ପ୍ରକଳ୍ପ କାମ କରୁଛି । ଶ୍ରମିକମାନଙ୍କ ଜରୁରୀକାଳିନ ସେବା ପାଇଁ ଏକ ଆମ୍ବୁଲାନ୍ସ ରଖାଯାଇଛି । ହେଲେ ସେଥିରେ ବୁହାହେଉଛି ଗଛ ଚାରା । ଷ୍ଟ୍ରେଚରରେ ରୋଗୀ ନେବା ବଦଳରେ ଗଛ ଚାରା ରଖାଯାଇଛି ।