ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ୍

0

(ଭଦ୍ରକ /ସେଖ ଫାଇଜାନ କାଦରୀ ) : ପୁଲିସ ୧ହଜାର ଲିଟର ଦେଶିମଦ ଜବତ୍ କରିଛି । ମଦ କାରବାରରେ ବ୍ୟବହୃତ ଏକ ବୋଲେରୋକୁ ମଧ୍ୟ ପୁଲିସ ଜବତ୍ କରିଛି ।

ପୁଲିସ ସୂଚନା ଅନୁଯାୟୀ ଏହି ମଦ ବାଲେଶ୍ୱରରୁ ଭଦ୍ରକ ଗ୍ରାମାଂଚଳ ଥାନା ମିର୍ଜାପୁର ବେହେରାସାହିକୁ ଏକ ବୋଲେରୋ ଯୋଗ ଆସୁଥିଲା । କୌଣସି ସୂତ୍ରରୁ ଖବର ପାଇ ଗ୍ରାମାଂଚଳ ପୁଲିସ ହଳଦିଡ଼ିହ ବାଇପାସ ନିକଟରେ ଏହି ମଦ ଭର୍ତ୍ତି ବୋଲେରୋକୁ ଅଟକାଇ ଏହାକୁ ଜବତ୍ କରିବା ସହ ମଦ ବେପାରୀ ନୁଥୁରୀକୁ ଗିରଫ କରିଛି ।