(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ସାରା ଓଡ଼ିଶା । କିଛି ଦିନ ଧରି ପ୍ରବଳ ବର୍ଷା କାରି ରହିବା ଫଳରେ ବର୍ଷାପାଣି ନିଷ୍କାସିତ ହୋଇନପାରି ଗାଁ ରାସ୍ତାରେ ଲହଡି ଭାଙ୍ଗୁଛି । ଏ ହେଉଛି ଭଦ୍ରକ ଜିଲ୍ଲା ଢନାଟୋଲା ନୟାନଗର ୨୮ ନମ୍ବର ୱାର୍ଡର ଦୃଶ୍ୟ । ପାଣି ନିଷ୍କାସନ ପାଇଁ ଏଠାରେ ଡ୍ରେନ ସୁବିଧା ନଥିବାରୁ ବର୍ଷା ପାଣି ଦୀର୍ଘ ଦିିନ ଧରି ଗାଁ ରାସ୍ତାରେ ଜମି ରହିଛି । ଫଳରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ପିଲାଙ୍କୁ ସ୍କୁଲ ନେବା ଠାରୁ ଆରମ୍ଭ କରି ବଜାର ହାଟ ତଥା ମେଡିକାଲ ଯିବାରେ ନାନା ଅସୁବିଧା ଦେଖାଦେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ତେବେ ଏ ସମସ୍ୟା ବାବଦରେ ସ୍ଥାନୀୟ ଜନ ପ୍ରତିନିଧି ତଥା ପ୍ରଶାସନକୁ ଜଣାଇଥିଲେ ବି ଏଯାଏ କୌଣସି ସୁଫଳ ମିଳିନଥିବା ୱାର୍ଡବାସୀ କହିଛନ୍ତି ।