ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନ୍ଧମାଳ ଫିରିଙ୍ଗିଆ ବ୍ଲକ ଜେଇ ଅଶୋକ ପାଢୀ

0

କନ୍ଧମାଳ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ  କନ୍ଧମାଳ ଫିରିଙ୍ଗିଆ ବ୍ଲକ ଜେଇ ଅଶୋକ ପାଢୀ । ସୂଚନା ଅନୁସାରେ ରଘୁନାଥ ମହାଙ୍କୁଡଙ୍କର  ବିଲ ପାସ ପାଇଁ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏ ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।   ଜେଇଙ୍କ ଅଫିସ ସହିତ ବ୍ରହ୍ମପୁର ପୈତୃକ ଘର ଏବଂ ଶ୍ୱଶୁର ଘରେ ଭିଜିଲାନ୍ସ ତରଫରୁ  ଚଡାଉ କରାଯାଇଛି । ଫୁଲବାଣୀ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ବ୍ରହ୍ମପୁର ଏବଂ ଫୁଲବାଣୀ ଭିଜିଲଆନ୍ସ ଟିମ ମିଳିତ ଭାବେ  ଚଢାଉ ଜାରି ରଖିଛନ୍ତି ।  ଚଢଉରେ ୪ଜଣିଆ ଟିମ ଯାଇଥିଲେ ।  ଜଣେ ଇନ୍ସ୍ପେକଟର, ଜଣେ ସବଇନ୍ସ୍ପେକଟର  ଏବଂ କନଷ୍ଟେବଳ ସାମିଲ ଅଛନ୍ତି ।