(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦିଲ୍ଲୀର ପଟିଆଲା କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ଅନ୍ୟମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଇଆର୍ସିଟିସି ଦୁର୍ନୀତିରେ ହୋଇଥିବା କଳାଟଙ୍କା ଧଳା କରିବା ମାମଲାରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦିଆଯାଇଛି ।
କିନ୍ତୁ, ଗୋଖାଦ୍ୟ ଦୁର୍ନୀତି ଯୋଗୁଁ ଲାଲୁ ପ୍ରସାଦଙ୍କୁ ହୋଇଥିବା ଜେଲ୍ ଦଣ୍ଡାଦେଶ କାଏମ ରହିବ। ପରବର୍ତ୍ତୀ ଶୁଣାଣି ଲାଗି ଫେବ୍ରୁଆରି ୧୧ ତାରିଖରେ ହେବାକୁ ଅଛି।