(ଚିତ୍ତରଞ୍ଜନ ସାହୁ) ବରଗଡ: ବରଗଡ ଜିଲ୍ଲା ବରପାଲି ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ଶ୍ରୀ ମତି ସୁନିତା ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ,ମୁଖ୍ୟବକ୍ତା ଭାବେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଗବେଷଣା ପ୍ରମୁଖ ପ୍ରଫେସର ଡ଼ ସନ୍ତୋଷ କୁମାର ରଥ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ କରିବାରେ ପିତା ମାତା ଙ୍କ ମୁଖ୍ୟ ଭୂମିକା ରହିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ଶୃଂଙ୍ଖଳିତ ଭାବେ ସତ ମାର୍ଗରେ ପରିଚାଳିତ ହେବା ପାଇଁ ଉପସ୍ଥିତ ଅତିଥି ମାନେ ମନ୍ତବ୍ୟ ଦେଇଥିଲେ।ସଭା ପରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।