ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଉତ୍ତରପଶ୍ଚିମ ଦିଲ୍ଲୀର କିରାରି ଅଞ୍ଚଳରେ ଥିବା ଏକ ଲୁଗା ଗୋଦାମରେ ନିଆଁ ଲାଗିଯିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।
ରାତି ପ୍ରାୟ ୧୨: ୩୦ ସମୟରେ ସେଠାରେ ନିଆଁ ଲାଗିଥିବା ସୂଚନା ମିଳିଛି ।
ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ଅନୁସାରେ, ଗୋଟାଏ ଚାରି ତାଲା କୋଠାଘରର ତଳ ଅଂଶରେ ଅବସ୍ଥିତ ଗୋଦାମରୁ ନିଆଁ ଲିଭାଇ ଦିଆଯାଇଛି।
ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲ୍ ଏବଂ ଆଖପାଖରେ ଥିବା ଅନ୍ୟାନ୍ୟ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।