(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବାଲେଶ୍ୱର ଜିଲା ବସ୍ତା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବସ୍ତା ଶାଖାରେ ଆଜି ଏକ ଲୁଟ ହୋଇଯାଇଛି । ଜଣେ ବ୍ୟକ୍ତିଙ୍କ ନିକଟରୁ ୫୦ ହଜାର ଲୁଟୁଥିବା ବେଳେ ଦୁଇ ଦୁର୍ବୃତ୍ତଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ବ୍ୟାଙ୍କରୁ ବ୍ୟକ୍ତି ଜଣକ ଟଙ୍କା ଉଠାଇବା ପରେ ୨ଜଣ ଦୁର୍ବୃତ୍ତ ତାଙ୍କଠାରୁ ଛଡ଼ାଇ ନେଇ ଦୌଡ଼ି ପଳାଉଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଲୁଟେରା ଦୁଇଜଣଙ୍କୁ କାବୁ କରିନେଇଥିଲେ । ପରେ ବସ୍ତା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ବାଇକ୍ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।