ଲୋକଙ୍କ ପାଖକୁ ଯିବୁ ଧର୍ମେନ୍ଦ୍ର

0

(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ:ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ସଂସଦରେ ଐତିହାସିକ ଭୁଲକୁ ମୋଦି ସରକାର ସୁଧାରିଛନ୍ତି । ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ବହୁ ଶରଣାର୍ଥୀ ଆସିଛନ୍ତି । ଆଉ ଭାରତ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାର ବାଟ ଫିଟିଛି । ନରେନ୍ଦ୍ର ମୋଦି ସରକାର ସିଏଏ ଆଣି ସାହସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନାଗରିକତା ସଂଶୋଧନ ଆଇନକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଦେଶର ଜନତା ନାଗରିକ ସଂଶୋଧନ ଆଇନକୁ ସ୍ୱୀକାର କରିଥିବାବେଳେ କଂଗ୍ରେସ ଅରାଜକତା ସୃଷ୍ଟି କରୁଛି । ଗଣତନ୍ତ୍ରରେ ବାଦବିବାଦର ସ୍ଥାନ ଅଛି, କିନ୍ତୁ ହିଂସାର ସ୍ଥାନ ନାହିଁ ବୋଲି ସେ କହିଥିବାବେଳେ ଏହାର ଜବାବ ରଖିଛି କେଂଗ୍ରେସ ।