ଲୋକଙ୍କ ସରକାର ହେଉଛି ମୋ ସରକାର: ନବୀନ

0

(ହରପ୍ରସାଦ ବିଶୋଇ) ଭୁବନେଶ୍ୱର: ଲୋକସଭା ଭବନରେ ଆୟୋଜିତ ହୋଇଥିବା ମୋ ସରକାର କାର୍ୟ୍ୟକ୍ରମରେ ରାଜ୍ୟର ବିଭିନ୍ନ ଥାନା ଆଇଆଇସିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ଥାନାର ଆଇଆଇସିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ୟ୍ୟକ୍ରମରେ ୬୩୫ ଜଣ ଆଇଆଇସି ସାମିଲ ହୋଇଥିବା ବେଳେ କିଛି ଆଇଆଇସିଙ୍କ ସହ ସିଧାସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ଭଲ କାମ କଲେ ସମୟ ପୂର୍ବରୁ ପଦୋନ୍ନତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଥିବା ମୋ ସରକାର କାର୍ଯ୍ୟକ୍ରମ ପାଇଁ ଖସଡା ପ୍ରସ୍ତୁତ । ୫ ଟି ଅନୁଯାୟୀ, ଯିଏ ଭଲ କାମ କରିବ, ତାଙ୍କୁ ବିନା କିଛି ସର୍ତ୍ତାବଳୀରେ ପଦୋନ୍ନତି ଦିଆଯିବ ଏବଂ ଯିଏ ନ କରିବେ, ତାଙ୍କ ପଦ କମାଇ ଦିଆଯିବ ବୋଲି ସତର୍କବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ୫ ଟି ସଚିବ ଭି କେ ପାଣ୍ଡିୟାନ କହିଥିଲେ, ମୋ ସରକାର ୫ଟିର କାର୍ଯ୍ୟକ୍ରମ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏବଂ ସାରା ଦେଶରେ ଏପରି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ ।

people’s govt is my govt: Naveen