ଲୋକସଭାରେ ଗର୍ଜିଲେ ସମ୍ବିତ ପାତ୍ର,ତୁରନ୍ତ ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ସୋନିଆ ଗାନ୍ଧୀ…

0

ରାଗିଗଲେ ସମ୍ବିତ ପାତ୍ର । ଲୋକସଭାରେ ଗର୍ଜିଲେ ବିଜେପି ନେତା ସମ୍ବିତ ପାତ୍ର । ସୋନିଆ ଗାନ୍ଧୀଙ୍କୁ କଲେ କଡା ଆକ୍ରମଣ । ନିକଟରେ ରାଷ୍ଟ୍ରପତି ଦୈ୍ରାପଦୀ ମୁର୍ମୁଙ୍କୁ ତାସôଲ୍ୟ କରିଥିଲେ ସୋନିଆ ଗାନ୍ଧୀ ।ସଂସଦର ବଜେଟ୍‌ ଅଧିବେଶନରେ ପାରମ୍ପରିକ ଭାଷଣ ପରେ ୬୬ ବର୍ଷୀୟା ମୁର୍ମୁ ଥକି ଯାଇଥିବା କହି ସୋନିଆ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିବା ସହ ତାଙ୍କ ପ୍ରତି ‘ପୁଅର ଥିଙ୍ଗ୍’ (ବିଚାରୀ ମହିଳା) ଶବ୍ଦ ପ୍ରୟୋଗ କରିବା ପରେ ବିଜେପି ଏହାକୁ ଅପମାନଜନକ ମନ୍ତବ୍ୟ ବୋଲି କହି ନିନ୍ଦା କରିଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ଏପରିକି ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବାକୁ ଦାବି ହୋଇଥିଲା । ପରେ ଦେଶ ତଥା ରାଜ୍ୟ ବିଭିନ୍ନ ସ୍ଥାନରେ ସୋନିଆଙ୍କ ଏପରି ବିବୃତିକୁ ବିରୋଧ କରି ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ସେହିଭଳି ବର୍ତ୍ତମାନ ପୁରୀ ସାଂସଦ ସମ୍ବିତ ପାତ୍ର ଲୋକସଭାରେ ଏହି ବିଷୟକୁ ନେଇ କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ କଡା ଆକ୍ରମଣ କରିଥିଲେ ।

ସେ କହିଥିଲେ ଯେ କୋଟି ଓଡିଆଙ୍କ ମଉଡମଣି ହେଉଛନ୍ତି ଜଗନ୍ନାଥ । ତାଙ୍କର ଭକ୍ତ ହେଉଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦୈ୍ରାପଦୀ ମୁର୍ମୁ । ଜଗନ୍ନାଥଙ୍କ ଭକ୍ତ କେବେ ବିଚରା ହୋଇପାରିବେ ନାହିଁ । ତେଣୁ ତାଙ୍କ ପ୍ରତି ଏଭଳି ଶବ୍ଦ ପ୍ରୟୋଗ କରାଯିବା ଉଚିତ ନୁହେଁ । ତୁରନ୍ତ ସେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ବୋଲି ସମ୍ବିତ ପାତ୍ର କହିଥିଲେ ।