ଲୋକସେବା ଭବନରେ ସପ୍ତମ ପର୍ଯ୍ୟାୟ ଶିଳ୍ପାୟନ ପ୍ରକଳ୍ପର ଉଦଘାଟନ

0

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟ ଶିଳ୍ପାୟନ ପ୍ରକଳ୍ପକୁ ଭିଡ଼ିଓ କନଫରେନଓ ଜରିଆରେ ଉଦଘାଟନ କରିଛନ୍ତି । ଏହି ଅବସରରେ ୧୦ଟି କ୍ଷେତ୍ରରେ ୨୨ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହା ସହ ୪ହଜାର୪୬୧ କୋଟି ନିବେଶ କରାଯାଇ ୯୨୩୦ଜଣଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରାଯିବ ।
ପୁର୍ବରୁ ୬ଟି ପର୍ଯ୍ୟାୟରେ ମୋଟ ୧୨୦ଟି ପ୍ରକଳ୍ପର ପ୍ରତିଷ୍ଠା ହୋଇସାରିଛି । ଯେଉଁ ଥିରେ ୯୨ ହଜାର ୬୮୬ କୋଟି ଟଙ୍କା ବିନିଯୋଗ ହୋଇଛି । ଏଥିରେ ୧ଲକ୍ଷ ୨୦ ହଜାର ନିଯୁ୍କ୍ତ ପାଇସାରିଛନ୍ତି । ତେବେ ମେକ ଇନ ଓଡ଼ିଶାର ୨୦୨ ପ୍ରକଳ୍ପକୁ ଅନୁମତି ମିଳିଥିଲା । ୪ଲକ୍ଷ ୨୩ ହଜାର ପୁଞ୍ଜିନିବେଶ ହେବ ବୋଲି ଲକ୍ଷ ରଖାଯାଇଛି । ୨୦୨ ପ୍ରକଳ୍ପରୁ ବିର୍ତ୍ତମାନ ସୁଦ୍ଧା ପାଖାପାଖି ୬୨ ପ୍ରକଳ୍ପକୁ ଅନୁମତି ମିଳିସାରିଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ।
ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଉଦଘାଟନ କରିଛି । ତେବେ ଏଥି ପାଇଁ ନବୀନ ସମ୍ପକ୍ତ କମ୍ପାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତି ଶିଳ୍ପରେ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ ।