ଶାଗୁଆନ ବୋଝେଇ ମିନି ଟ୍ରକ ଜବତ

0

(ବିରୁପାକ୍ଷ ପ୍ରଧାନ/ଆଠଗଡ): ଚୋରା ଚାଲାଣ ବେଳେ ଆଠଗଡ଼ ରେଞ୍ଜ ପାଟେଣି ଗାଁ ପଟାସ ବଣ ନିକଟରୁ ଏକ ଶାଗୁଆନ ବୋଝେଇ ମିନି ଟ୍ରକ ଜବତ କରିଛି ବନବିଭାଗ। ପାଖପାଖି ୧୪୦ ରୁ ଉର୍ଦ୍ଧ ଖଣ୍ଡ ଶାଗୁଆନ ଗଣ୍ଡି ସହିତ ଏକ ମିନିଟ୍ରକ କୁ ଜବତ କରିଛନ୍ତି ବନ କର୍ମଚାରୀ ଓ ରେଞ୍ଜର । ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆଠଗଡ଼ ରେଞ୍ଜର “ଆଇଶା ଅଖତରୀ ନିଶା” ସୂଚନା ଦେଇଛନ୍ତି।ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ହୋଇ ଥିବା ଏହି ସ୍ଵତନ୍ତ୍ର ଚଢ଼ାଉରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।