ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ସଚେତନତା କର୍ମଶାଳା ଅନୁଷ୍ଠିତ

0

(ଓମ୍ ପ୍ରକାଶ ମିଶ୍ର /ସୋନପୁର )ରିପୋର୍ଟସଟୁଡେ: ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନି ରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା ଅଧିକାର ଆଇନ ସମ୍ଫର୍କରେ ସଚେତନତା କର୍ମଶାଳା ୩୦ ଟି ଜିଲ୍ଲାରେ ହେବ ଶିଶୁ ସୁରକ୍ଷା ଆୟୋଗ ଜନ ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମ କରିବାର ଯୋଜନା ରହିଛି।ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ସୁରକ୍ଷା ଆୟୋଗରଙ୍କ ଅଭିଯୋଗ ଶୁଣାଣି ପ୍ରଥମ ଜନଶୁଣାଣୀ ଦୁଇ ଦିନ ଧରି କରାହେବ ବୋଲି କହିଛନ୍ତି।ଲୋକଙ୍କ ସମସ୍ୟା ଜାଣିବା ପାଇଁ କମିଶନ ଲୋକଙ୍କ ନିକଟତର ହେବ। ବିଦ୍ୟାଳୟର ସୁରକ୍ଷା,ଶିଶୁଙ୍କ ନିରାପତ୍ତା ,କୈଶୋର ନ୍ୟାୟ ଆଇନ ଓ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପ୍ରାଥମିକତା ରହିଛି ବୋଲି କହିଛନ୍ତି।ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ୟ୍ୟ।ଳୟ ସମ୍ମିଳନୀ କକ୍ଷରେ ଦୁଇ ଦିନ ପାଇଁ ଜନଶୁଣାଣୀ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହେବ।ଏଥିରେ ଶିକ୍ଷା ବିଭାଗର ଅଧିକାରୀ,ଶିକ୍ଷକ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି,ସଭ୍ୟସଭ୍ୟା ଯୋଗଦେବେ ବୋଲି କହିଥିଲେ।ଜନସାଧାରଣ କମିଶନ ନିକଟରେ ନିଜର ଅଭିଯୋଗ ଜଣାଇ ପାରିବେ ବୋଲି କହିଛନ୍ତି।ଏହି ସମ୍ବିଳନୀ ରେ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ଦିବ୍ୟା ଶାସ୍ୱତି,ହରିହର ନାୟକ,ରେଜିଷ୍ଟାର୍ ସତ୍ୟଜିତ ସେଟ୍,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଙ୍କ ସହ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।ଶେଷରେ ରାଜ୍ୟ ଶିକ୍ଷା ଅଧିକାର ଆୟୋଗର ଉପଦେଷ୍ଟା ଘାସିରାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।