(ଅମୀୟ ରଞ୍ଜନ ଘଢେଇ)ରିପୋର୍ଟସଟୁଡେ: ଯାଜପୁର ଜିଲ୍ଲାରେ ଅବସ୍ଥିତ ଥିବା କଳିଙ୍ଗନଗର ଏବେ ପ୍ରଦୂଷିତ ଶିଳ୍ପାଞ୍ଚଳ ରୂପେ ପରିଗଣିତ ହୋଇଅଛି। ଗ୍ରୀନ ଟି ସର୍ଭେ ରେପୋର୍ଟ୍ ଅନୁସାରେ ଏହା ରାଜ୍ୟର ସହର ମଧ୍ୟରୁ ୨ ୟ ପ୍ରଦୂଷିତ ସହର ଭାବେ ଚିହ୍ନଟ କରାଯାଇଛି। ଏଥିପାଇଁ କଳିଙ୍ଗ ନଗର ବାସିଙ୍କ ମନରେ ଚିନ୍ତାର କାରଣ ବଢ଼ାଇଛି।ଏଠାରେ ଗଢ଼ି ଉଠିଥିବା କାରଖାନାର ମାତ୍ରା ଧୂଆଁ ଧୂଳି ବାୟୁ ଏବଂ ଜଳ ପ୍ରଦୂଷଣ ପାଇଁ କଳିଙ୍ଗ ନଗର ବାସି ଭୟ ବିତ ଅବସ୍ଥାରେ ଅଛନ୍ତି।ଦିନ ଥିଲା ଯେତେ ବେଳେ ଏଠାକାର ଲୋକ ମାନେ ନୂଆ ଶିଳ୍ପାଞ୍ଚଳ ଗଢ଼ିବା ପାଇଁ ସ୍ଵାଗତ କରିଥିଲେ । ସେମାନେ ଏବେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେ ଜଣକ ପରେ ଜଣେ ଭିଟାମାଟି ଛାଡ଼ିବାକୁ ବସିଲେଣି। ଅତ୍ୟଧିକ ପ୍ରଦୂଷଣ ପାଇଁ ଲୋକମାନେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । କଳିଙ୍ଗ ନଗରରେ ଗଢ଼ି ଉଠିଥିବା ୧୫ ରୁ ଉର୍ଦ୍ଧ କମ୍ପାନୀ ଏବେ ନିଜ ନିଜର ସ୍ୱାର୍ଥ ପାଇଁ ଉତ୍ପାଦନ ଉପରେ ଗୁରୁତ୍ଵ ଦେବା ଛଡା ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ବାୟୁ ଅନ୍ୟାନ୍ୟ ପ୍ରଦୂଷଣ ଉପରେ ଯେଉ ପଦକ୍ଷେପ ନେବା କଥା ତାହା ନିଆଯାଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ଖାଦ୍ୟ ପାଇଁ ବିଲରେ ଚାଷ ଏବଂ ପିଇବା ପାଇଁ ଭଲ ପାଣି ମୁନ୍ଦେ ପାଇ ପାରୁନାହାନ୍ତି । ଅନ୍ୟ ପକ୍ଷରେ କାରଖାନାରୁ ବାହାରୁଥିବା ଧୂଆଁ ଏବଂ କମ୍ପାନୀ ମଧ୍ୟ ଦେଇ ଯାଆସ କରୁଥିବା ହଜାର ହଜାର ଗାଡ଼ିର ଧୂଳି ଧୂଆଁରେ ସ୍ଥାନୀୟ ଲୋକେ ଏକ ପ୍ରକାର ନାକେଦମ୍ ହେବା ସଙ୍ଗେ ସଙ୍ଗେ ନାନାଦି ଚର୍ମ ରୋଗର ଶିକାର ହେଉଛନ୍ତି। କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ନ ମିଳିବାରୁ ସ୍ଥାନୀୟ ଲୋକେ ଏକ ପ୍ରକାର ଜୀବିକା ହରାଇବସିଲେନି।ପ୍ରଦୂଷିତ କଳିଙ୍ଗ ନଗରରେ ଏବେ ଏକ ପ୍ରକାର ହାହାକାର ଦେଖିବାକୁ ପଡ଼ିଲାଣି।ଆଗାମୀ ଦିନରେ ମାତ୍ରାଧିକ ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ଏଥି ପ୍ରତି ଦୃଷ୍ଟି ନ ଦେଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି।