(ଜ୍ୟୋତିରଞ୍ଜନ ଧର / କଣିହାଁ)ରିପୋର୍ଟସଟୁଡେ: ବାଲେଶ୍ୱର ପରେ ଏବେ ଅନୁଗୁଳରେ ପୁଣି ସାମନାକୁ ଆସିଲା ଜଣେ ନିର୍ଦ୍ଦୟ ଜେଜେମାର ନିଷ୍ଠୁରତା । ପିଲାକୁ ନିଜ ମାଆବାପା ଦଣ୍ଡ ଦେଲେ ଜେଜେମା କୋଳାଇ ନେଇ ନିଜ ସ୍ନେହ ଓ ଆଦର ଭରା ପଣତକାନୀରେ ଲୁଚାଇ ଦିଏ ବୋଲି ବିଶ୍ୱାସ ରହିଛି । ଜଣେ ଜେଜେମା ନିଜ ୩ବର୍ଷର ନାତୁଣୀକୁ ଝାଡ଼ୁ ଧରି ମାଡ଼ ମାରୁଥିବା ଦୃଶ୍ୟ ଭାଇରାଲ ହୋଇଛି । ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ଟରାସ ଗାଁରେ । ନାତୁଣୀର ଶରୀରରେ ଏକାଧିକ କ୍ଷତଚିହ୍ନ ରହିଛି । ଶିଶୁକନ୍ୟଟି ଚିତ୍କାର କରୁଥିଲେ ମଧ୍ୟ ନିର୍ଦ୍ଦୟ ଜେଜେମା ତାକୁ ଝାଡ଼ୁରେ ପ୍ରହାର କରିଛନ୍ତି । ମାଆ ମରିଯିବା ପରେ ଜେଜେମା ପାଖରେ ରହୁଥିଲା ଶିଶୁକନ୍ୟା । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚି ନାତୁଣୀକୁ ଉଦ୍ଧାର କରିଛି । ୩ବର୍ଷର ଶିଶୁର ଜେଜେମା ,ଜେଜେ ଓ ବାପାଙ୍କୁ ବନ୍ତଳା ଥାନାରେ ପଚରାଉଚରା କରାଯାଉଛି ।
ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳ ଗଙ୍ଗାଧରପୁର ଗାଁରେ ମଧ୍ୟ ଜଣେ ଜେଜେମା ନିଜ ନାତିକୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା ପିଲାଟିର ମାବାପା ଜେଜେମା ପାଖରେ ଛାଡ଼ି ମୁମ୍ବାଇରେ ଦାଦନ ଖଟୁଥିଲେ । ପିଲାଟିକୁ ଅତି ନିର୍ଦ୍ଦୟ ଭାବେ ଜେଜେମା ମାଡ଼ ମାରିବା ଭିଡ଼ିଓ ଭାଇରାଲ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।