ସୁବର୍ଣ୍ଣପୁର: ଶିଶୁ ସୁରକ୍ଷା ପାଇଁ ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ବାରା ମନୋନୀତ ବିଶେଷଜ୍ଞ କମିଟି, ଶିଶୁ ସୁରକ୍ଷା ସୁବର୍ଣ୍ଣପୁର ଉପକାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସମ୍ପାଦିକା କୁମୁଦିନୀ ମୁଦୁଲି ଙ୍କ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ, ହେମନ୍ତ କୁମାର ସା, ରାଜ ଜୀବ ଲୋଚନ ଗୁରୁ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାର ର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉପକରାଗର କୁ ଯାଇ ଏଠାରେ ଅନ୍ତେବାସୀଙ୍କ ସହ ଏକ ଶିବିର ଅନୁଷ୍ଠିତ ହେବା ସହିତ ଅନ୍ତେବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କୌଣସି ମାମଲାରେ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ କାରାଗାରରେ ଥିବା ଅନ୍ୟ କଏଦୀ ଙ୍କ ସହିତ ରହୁଛନ୍ତି କି ନାହିଁ କମିଟି ପକ୍ଷରୁ ଯାଞ୍ଚ କରିଥିଲେ । କିନ୍ତୁ କୌଣସି ଶିଶୁ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ ପାଇ ନ ଥିଲେ । ଉକ୍ତ କରାଗାଅରର ଅଧକ୍ଷ ଡିଲେଶ୍ବର ଜେନା ପରିଦର୍ଶନ ସମୟରେ ସହଯୋଗ କରିଥିଲେ ।