(ରିପୋଟର୍ସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଶୀତ ଦିନ ଆରମ୍ଭ ହେଲାଣି ଏହା ସହ ଥଣ୍ଡା ଅନୁଭବ ହେଲାଣି। ଏହି ଦିନରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ଦେବା ନିତ୍ୟାନ୍ତ ଆବଶ୍ୟକ। ନଚେତ ଥଣ୍ଡା ଜନିତ ସମସ୍ୟା ଲାଗି ରହିଥାଏ। ଏପରି କେତେକ ଖାଦ୍ୟ ରହିଛି, ଯାହାକୁ ଏହି ଦିନରେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଥଣ୍ଡା ଜନିତ ସମସ୍ୟା ଦୂର ହୁଏ । ଜାଣନ୍ତୁ ଏହା
ଗୁଡ- ଗୁଡ଼ରେ କ୍ୟାଲସିୟମ , ମ୍ୟାଗ୍ନେସିୟମ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି । ଥଣ୍ଡା ଦିନରେ ଏହାର ସେବନ କରିବା ଦ୍ୱାରା ଥଣ୍ଡା , କାଶ ଦୂର କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।
ରାଶି- ରାଶିରେ ଆଣ୍ଟି-ବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି । ହୃଦୟ ଜନିତ ବିଭିନ୍ନ ସମସ୍ୟାରୁ ଶରୀରକୁ ଦୂରରେ ରଖିବା ସହ ଥଣ୍ଡାରୁ ମଧ୍ୟ ରକ୍ଷା କରେ ।
ହଳଦୀ- ହଳଦୀରେ ବହୁ ଔଷଧୀୟ ଗୁଣ ଭରି ରହିଛି । ଥଣ୍ଡା ସମୟରେ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ଥଣ୍ଡା ସମସ୍ୟା ଦୂର ହେବା ସହ ଥଣ୍ଡାରୁ ମୁକ୍ତି ମିଳିଥାଏ । ହାଡ ଶକ୍ତ ହୋଇଥାଏ ।
ଗାଜର- ଗାଜରରେ ପୋଟାସିୟମ , ଭିଟାମିନ ଏ , ଆଇରନ ଭରପୁର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।
ବିଟ- ବିଟରେ ଭିଟାମିନ ଏ, ବି , ବି୧୨, ଭଳି ପୋଷକ ତତ୍ତ୍ୱ ରହିଛି । ଏହାର ନିୟମିତ ସେବନ ଦ୍ୱାରା ଶରୀରରେ ହିମୋଗ୍ଲୋବିନ ମାତ୍ରା ବୃଦ୍ଧି କରିଥାଏ ।
ଖଜୁରୀ- ଖଜୁରୀ ଭିଟାମିନ ଏ, ଫାଇବର , ଆଇରନ , ରହିଛି । କ୍ଷାର ସହ ଖଜୁରୀ ସେବନ କଲେ ଶରୀର ସୁସ୍ଥ ରହିବା ସହ ହାଡ ଗଣ୍ଠି ଯନ୍ତଣା ଦୂର ହୋଇଥାଏ ।