ଶେଷ ସମୟରେ ମୁହଁରେ କାହିଁକି ଦିଆଯାଏ ଗଙ୍ଗାପାଣି ଓ ତୁଳସୀ

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ପ୍ରେତଲୋକରେ ସେ ତୃଷାର୍ତ୍ତ ରୁହନ୍ତି ନାହିଁ ବୋଲି ବିଶ୍ୱାସ ରହିଛି। ଗଙ୍ଗାପାଣି ପବିତ୍ର ହୋଇଥିବାରୁ ଯମଲୋକରେ ମୃତକଙ୍କ ଆତ୍ମାକୁ କଷ୍ଟ ଦିଆଯାଏ ନାହିଁ। ସେହିପରି ଶ୍ରୀହରିଙ୍କ ପ୍ରିୟ ତୁଳସୀ ଯୋଗୁ ଆତ୍ମାର ପରବର୍ତ୍ତୀ ଯାତ୍ରା ସୁଗମ ହୋଇପାରିଥାଏ । ଆତ୍ମା ଜୀବନ ମୃତ୍ୟୁ ସମ୍ପର୍କରୁ ଏହାଦ୍ୱାରା ମୁକ୍ତି ପାଏ ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି।