ଶୋକ ପ୍ରକାଶ କଲେ ଲୋକପ୍ରିୟ ସାଂସଦ ମହେଶ ସାହୁ

0

କଣିହାଁ/ଜ୍ୟୋତିରଂଜନଧର:ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିଜି ଗୋଳଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଦାଶରଥି ପାଣିଙ୍କ ସୂପୁତ୍ର ଜୟନ୍ତ କୁମାର ପାଣିଙ୍କ ଗତ ଗୁରୁବାର ଦେହାନ୍ତ ଘଟିଥଲା । ଶ୍ରୀ ପାଣିଙ୍କରଦେହାନ୍ତ ସୂଚନା ପାଇବା ପରେ ସେହିଦିନ ଲୋକପ୍ରିୟ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକାଶ କରିଥିଲେ । ଏନେଇ ଶୁକ୍ରବାର ଲୋକପ୍ରିୟ ତଥା ଜନବତ୍ସଳସାଂସଦ ମହେଶ ସାହୁ ଶ୍ରୀ ପାଣିଙ୍କ ଶୋକସନ୍ତାପ ପରିବାର ବର୍ଗଙ୍କୁଭେଟି ସମବେଦନା ଜଣାଇଥିଲେ । ପରିବାର ବର୍ଗଙ୍କୁ ଶକ୍ତି,ଅସୀମ ସାହାସ ପ୍ରଦାନ କରିବା ନେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୁହାରୀ କରିଥିଲେ । ପ୍ରକାଶଥାଉକି, ମୃତ୍ୟୁବେଳକୁଶ୍ରୀ ପାଣିଙ୍କୁ ୭୨ବର୍ଷ ହୋଇଥିଲା । ସେ ଜଣେ ମିଷ୍ଠଭାଷି, ଧର୍ମପରାୟଣ, ସମୟାନୁବର୍ତିତା, ସରଳ ଆମାୟିକ ବ୍ୟକ୍ତିତ୍ୱ ଭାବରେ କଣିହାଁ ଅଂଚଳରେ ବେଶ ଜଣାଶୁଣା । ଗତ ୩ମାସ ହେଲାଣି ଶ୍ରୀ ପାଣି ନିଜ ବାସ ଭବନରେ ଶାରୀରିକ ଅସୁସ୍ଥତା ଅନୁଭବ କରି ଆସୁଥିଲେ । ମୃତ୍ୟୁ ବେଳେ ତାଙ୍କ ଏକମାତ୍ର ପୁଅ ସ୍ମୃତିରଂଜନ ପାଣି, ଦୁଇଝିଅ, ସ୍ତ୍ରୀ, ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବିଜିଗୋଳ, କଣିହାଁ, ଗଦାଶିଳା, କମରେଇ, ଆମ୍ବପାଳ, କାଣ୍ଡସର, ଭିମକାଣ୍ଡ, ରଙ୍ଗବେଡା, ଗଦାଶିଳା ଓ ଅଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । କିଛିଦିନ ପୂର୍ବରୁ ଗଦାଶିଳା ଗ୍ରାମର ସ୍ୱର୍ଗତ ମାଟିଆ ନାଏକ ଓ ସ୍ଥାନୀୟ ଦଣ୍ଡସିଂହା ଗ୍ରାମର ସନ୍ତୋଷ ମହାନ୍ତିଙ୍କ ବିୟୋଗ ଘଟିଥିଲା । ସେମାନଙ୍କ ପରିବାରରେ ପହଁଚି ଶ୍ରୀସାଂସଦ ସମବେଦନା ଜଣାଇଥିଲେ । ସାଂସଦଙ୍କ ସାଥୀରେ ବିଜିଗୋଳ ସରପଂଚ ଦୁଶାସନ ସାହୁ, ମିଡିଆସେଲ ସଂଯୋଜକ ନିର୍ମଳସାହୁ, ଯୁବସଂଗଠକ ସୁନିଲ କୁମାର ପ୍ରଧାନ, ସାନତ୍ରିବିଡା ସରପଂଚ ବାବୁଲା ସେଠି, ବୃନ୍ଦାବନ ପ୍ରଧାନ, ବିରଂଚିସାହୁ, ଶରତସାହୁ, ଅନିଲ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।