(ମମତା ସାମଲ)ରିପୋର୍ଟସଟୁଡେ: ସୁଯୋଗ୍ୟ ବର ପ୍ରାପ୍ତି କାମନାରେ ଝିଅମାନେ ଶ୍ରାବଣ ସୋମବାର ବ୍ରତ କରନ୍ତି ଓ ମନପସନ୍ଦର ଜୀବନ ସାଥୀଙ୍କ ନିମନ୍ତେ ଭୋଳାନାଥଙ୍କ ଆଶିର୍ବାଦ ଭିକ୍ଷା କରନ୍ତି । ହିନ୍ଦୁ ମାନ୍ୟତାରେ ଏଭଳି ବ୍ରତ କରୁଥିବା ଯୁବତୀଙ୍କୁ ଖୁବ୍ ଶୀଘ୍ର ସେମାନଙ୍କ ମନପସନ୍ଦର ସୁଯୋଗ୍ୟ ସ୍ୱାମୀ ମିଳିଥାନ୍ତି । ସେମାନଙ୍କ ବିବାହରେ ଥିବା ବାଧା ବିଘ୍ନ ମଧ୍ୟ ଦୂର ହୋଇଥାଏ । ତେବେ ଏଠାରେ କିଛି ମନ୍ତ୍ର ସମ୍ପର୍କରେ ସୂଚନା ଦିଆଯାଇଛି । ଏଥିରୁ ନିଜ ଆବଶ୍ୟକତା ଅନୁସାରେ କୌଣସି ଗୋଟିଏ ମନ୍ତ୍ରକୁ ଜପ କରି ଶ୍ରାବଣ ମାସରେ ସିଦ୍ଧି କରିପାରିଲେ ଉଭୟ ଯୁବକ ଓ ଯୁବତୀଙ୍କୁ ସେମାନଙ୍କର ମନପସନ୍ଦର ଜୀବନସାଥୀ ମିଳିବ ବୋଲି ନଃିସନ୍ଦେହରେ କୁହାଯାଇପାରେ ।
ସୁଲକ୍ଷଣା ପତ୍ନୀ ପ୍ରାପ୍ତି ନିମନ୍ତେ
ଦାମ୍ପତ୍ୟ ଜୀବନ ନିମନ୍ତେ ଶ୍ରାବଣ ମାସ ଏକ ଗୁରୁତ୍ବପୂର୍ଣ୍ଣ ମାସ। ଏହିମାସରେ ମହାଦେବ ଶିବଙ୍କ ସହିତ ମଙ୍ଗଳା ଗୌରୀ ଅର୍ଥାତ ମାତା ପାର୍ବତୀଙ୍କ ପୂଜାର ବି ଅନେକ ମହତ୍ବ ରହିଛି। ବିବାହ ନିମନ୍ତେ ଇଛୁକ ଅବିବାହିତ ଯୁବକମାନେ ଏହି ମନ୍ତ୍ର ଦୈନିକ ୫ ମାଳା ଜମ କଲେ ନିଶ୍ଟିତ ସୁଲକ୍ଷଣା ପତ୍ନୀ ପ୍ରାପ୍ତ କରିବେ। ମନ୍ତ୍ରଟି ହେଉଛି
।। ପତ୍ନୀଂ ମନୋରମାଂ ଦେହୀ ନୋବୃତ୍ତାନୁସାରିଣୀମ।
ତାରିଣୀଂ ଦୁର୍ଗସଂସାରସାଗରସ୍ୟ କୁକୁଳୋଦଭାବମ୍।।
ନିଜେ ହେଉ ଅଥବା କୌଣସି ସାଧୁଙ୍କ ଦ୍ୱାରା ଏହି ମନ୍ତ୍ର ଜପ କରାଯାଇପାରେ। ତେବେ ବିବାହ ହେବା ସୁଦ୍ଧ ପ୍ରାର୍ଥୀଙ୍କୁ ଅନ୍ତତଃ ମନ୍ତ୍ରର ଗୋଟିଏ ମାଳା ନିଶ୍ଚିତ ଜପ କରିବାକୁ ହେବ।
ସୁନ୍ଦର ପତ୍ନୀଙ୍କ ପ୍ରାପ୍ତି ନିମନ୍ତେ ଜପନ୍ତୁ ଏହି ମନ୍ତ୍ର
ଏପର୍ୟ୍ୟନ୍ତ ଯଦି ଜୀବନସାଥୀଙ୍କ ତଲାସ କରିପାରିନାହାନ୍ତି ତେବେ ଶ୍ରାବଣ ମାସରେ ଏହି ମନ୍ତ୍ରକୁ ନିୟମିତ ଜପ କରନ୍ତୁ। ମନ୍ତ୍ରଟି ହେଲା
।।ଓଁ କ୍ଲିଂ ବିଶ୍ୱାବସୁର୍ନାମ ଗନ୍ଧର୍ବଃ କନ୍ୟାନାମଧିପତିଂ ଲଭାମୀ
ଦେବଦତ୍ତାଂ କନ୍ୟାଂ ସୁରୂପାଂ ସାଲାଂକାରା ତସ୍ମୈ ବିଶ୍ୱାବସବେ ସ୍ୱାହା ।।
ଏହି ମନ୍ତ୍ର ଜପିବା ପରେ ମହାଦେବ ଶିବ ଓ ମାତା ପାର୍ବତୀଙ୍କୁ ପୁଷ୍ପାର୍ପଣ ପୂର୍ବକ ମିଷ୍ଟାନ୍ନ ଭୋଗ କରି ନିଜେ ପ୍ରସାଦ ରୂପେ ଗ୍ରହଣ କରନ୍ତୁ। ଦେଖିବେ ଭୋଳାବାବା ଆପଣଙ୍କ ମନସ୍କାମନା ଖୁବ୍ ଶୀଘ୍ର ପୂରଣ କରିବେ।
ଯୋଗ୍ୟ ବର ପାଇବା ନିମନ୍ତେ
ଯେଉଁ କନ୍ୟାମାନଙ୍କ ବିବାହରେ ବିଳମ୍ବ ହେଉଛି ସେମାନେ ଅକ୍ଷୟ ତୃତୀୟା, ଶ୍ରାବଣ ମାସ, ନବରାତ୍ର ଓ ଦିପାବଳୀରୁ ଏହି ମନ୍ତ୍ର ଜପ ଆରମ୍ଭ କରିବା ଦରକାର। ଏହି ମନ୍ତ୍ରକୁ ନିୟମିତ ଜପ କରିବାକୁ ପଡେ। ୫୧ ହଜାର ଅଥବା ୭୫ ହଜାର ମନ୍ତ୍ର ଜପ କରାଯିବା ଦରକାର। ଶ୍ରାବଣ ମାସରେ ଶିବାଳୟରେ ଶିବ ଓ ପାର୍ବତୀଙ୍କୁ ଧୂପ, ଦୀପ ହଳଦିଆ ଓ ଲାଲ ପୁଷ୍ପ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରିବା ସହ ମାତା ପାର୍ବତୀଙ୍କୁ ଆପଣ ଯେପରି ଭଗବାନ ଶଙ୍କାରଙ୍କର ପ୍ରୀୟା ଓ ଅର୍ଦ୍ଧାଙ୍ଗିନୀ ସେହିପରି କଲ୍ୟାଣୀ ମୋତେ ଦୁର୍ଲଭ ବର ପ୍ରଦାନ କରନ୍ତୁ ବୋଲି ନିୟମତ ପ୍ରାର୍ଥନା ପୂର୍ବକ ଏହି ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା
ଓଂ ହ୍ରିଂ ଗୌର୍ୟେ ନମଃ
ହେ ଗୌରୀ ଶଙ୍କର ଅର୍ଦ୍ଧାଙ୍ଗିନୀ ତଥା ତ୍ବଂ ଶଙ୍କର ପ୍ରୀୟା
ତଥା ମାଂ କରୁ କଲ୍ୟାଣୀ କାନ୍ତକାନ୍ତା ସୁଦୁର୍ଲଭମ।।
ଭଗବାନ କୃଷ୍ଣଙ୍କ ଭଳି ବର ପ୍ରାପ୍ତ କରିବା ଲାଗି
କାତ୍ୟାୟନୀ ମହାମାୟେ ମହାୟୋଗୀନ୍ୟଧୀଶ୍ବରୀ!
ନନ୍ଦଗୋପ ସୂତଂ ଦେବୀ ପତିଂମେ କରୁତେ ନମଃ।।
ଶ୍ରାବଣ ମାସରେ ଶିବ ପ୍ରୀୟ ପାର୍ବତୀଙ୍କୁ ଧ୍ୟାନ କରି ଏହିମନ୍ତ୍ର ନିୟମିତ ଜପ କଲେ ଆପଣଙ୍କୁ ଭଗବାନ କୃଷ୍ଣଙ୍କ ପରି ସୁଯୋଗ୍ୟ ଓ ଦୁର୍ଲଭ ବର ପ୍ରାପ୍ତି ହେବା ନିଶ୍ଚିତ।
ଇନ୍ଦ୍ରଙ୍କ ଭଳି ବର ପ୍ରାପ୍ତ କରିବାକୁ ଚାହୁଁଥିଲେ
ଦେବରାଜ ଇନ୍ଦ୍ରଙ୍କୁ ସ୍ବର୍ଗର ରାଜା କୁହାଯାଏ। ପୁରାଣ ଅନୁସାରେ ଦେବୀ ସଚୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ଯଦି ଆପଣ ବି ଦେବରାଜ ଇନ୍ଦ୍ରଙ୍କ ଭଳି ପତି ପ୍ରାପ୍ତ କରିବାକୁ ଇଛୁକ ଥାନ୍ତି ତେବେ ଶ୍ରାବଣ ମାସରେ ନିୟମିତ ଏହି ମନ୍ତ୍ର ଜପ କରନ୍ତୁ। ମନ୍ତ୍ରଟି ହେଉଛି
।।ଉଁ ଦେବେନ୍ଦ୍ରାଣୀ ନମସ୍ତୁଭ୍ୟଂ ଦେବେନ୍ଦ୍ର ପ୍ରୀୟ ଭାମିନୀ
ବିବାହଂ ଭାଗ୍ୟମାରୋଗ୍ୟଂ ଶୀଘ୍ରଂ ଲାଭଞ୍ଚ ଦେହୀମେ।।