ଶ୍ରାବଣ ତୃତୀୟ ସୋମବାର, ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ

0

(ଓମ୍ ପ୍ରକାଶ ମିଶ୍ର /ସୋନପୁର)ରିପୋର୍ଟସଟୁଡେ: ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇଛି ସମସ୍ତ ଶୈବ ପୀଠ । ମହାଦେବଙ୍କ ମସ୍ତକରେ ଜଳଲାଗି ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି କାଉଡ଼ିଆ ।
ଶ୍ରାବଣ ମାସର ସୋମବାରରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ଆର୍ଶୀବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସୁବର୍ଣ୍ଣପୁର ଜିଲ୍ଲା ବିଭିନ୍ନ ଶୈବପୀଠରେ ମହାଦେବଙ୍କୁ ଜଳଲାଗି ପାଇଁ ଛୁଟୁଛି କାଉଡିଆଙ୍କ ସୁଅ । ଏଥିପାଇଁ ସକାଳୁ ସକାଳୁ ମଝିପଡାର ବୋଲବମ କମିଟି ତରଫରୁ ବିଭିନ୍ନ ଶୈବପୀଠ ମାନଙ୍କୁ ଯାଇ କାଉଡିଆ ବେସରେ ପାଣି ଢ଼ାଳିଥିଲେ ।ଶୈବପୀଠ ଗୁଡିକରେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଶୄଙ୍ଖଳା ସହିତ ଧାଡିରେ ଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି।ରାମେଶ୍ବର ଓ ସୁବର୍ଣ୍ଣମେରୁ ମନ୍ଦିରରେ ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି।ଖୁକୁଡେଶ୍ୱର ,ପଶ୍ଚିମ ସୋମନାଥ, ଗୋକନେଶ୍ୱର ଆଦି ମନ୍ଦିରରେ ଜଳଲାଗି କରିଛନ୍ତି କାଉଡିଆ ମାନେ।