ଶ୍ରୀନଗର ବିମାନ ବନ୍ଦରରେ ରାହୁଲଙ୍କୁ ଅଟକାଗଲା

0

(ଶିଳାସ୍ମିିତା ରାୟ) ଭୁବନେଶ୍ୱର: ଗତକାଲି ଜାମ୍ମୁ କାଶ୍ମୀର ସରକାର ରାହୁଲ ଗାନ୍ଧୀ, ଗୁଲାମନବୀ ଆଜାଦଙ୍କୁ ସେଠାକୁ ନ ଯିବାକୁ କହିଥିଲେ । କିନ୍ତୁ ଏହାକୁ ଅଣଦେଖା କରି ଆଜି ରାହୁଲଙ୍କ ନେତୃତ୍ୱରେ ବିରୋଧୀ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ଶ୍ରୀନଗରେ ପହଂଚିଥିବା ବେଳେ କିନ୍ତୁ ସେମାନଙ୍କୁ ବିମାନ ବନ୍ଦରରେ ଅଟଳା ଯାଇଥିଲା । ରାହୁଲଙ୍କ ସହ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଏନସିପି ନେତା ମାଜିଦ ମେମନ, ସିପିଆଇ ନେତା ଡି.ରାଜା, ସରଦ ଯାଦବ ପ୍ରମୁଖ ଜାମ୍ମୁ କାଶ୍ମୀର ଅଭିମୁଖେ ଯାତ୍ରା କରିଥିଲେ ।

ରାହୁଲ ଗାନ୍ଧୀ ବିରୋଧୀ ନେତାଙ୍କ ସହ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କୌଣସି ନେତାଙ୍କୁ ଭେଟିବାକୁ କିମ୍ୱା ବିମାନ ବନ୍ଦର ବାହାରକୁ ଯିବା ପାଇଁ ଅନୁମତି ଦିଆଯାଇ ନଥିଲା । ଏହି ନେତାମାନେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବାରୁ ସେମାନେ ସେଠାରେ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ସହ କେନ୍ଦ୍ର ବିରୋଧରେ ମତାଇବାର ଆଶଙ୍କାକୁ ନେଇ ଏପରି କରାଯାଇଛି ।