(ମମତା ସାମଲ)ରିପୋର୍ଟସଟୁଡେ: ପୁଣି ଶ୍ରୀମନ୍ଦିରରେ ମିଳିବ ଟଙ୍କ ତୋରାଣୀ । ୨୦୧୭ରୁ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଟଙ୍କ ତୋରାଣୀ ବିକ୍ରି ବନ୍ଦ କରାଯାଇଥିବାବେଳେ ଏହି ନିଷ୍ପତ୍ତିର ପୁନଃବିଚାର କରାଯାଇଛି । ଭକ୍ତଙ୍କ ଉତ୍କଣ୍ଠାକୁ ନେଇ ପ୍ରଶାସନ ନେଲା ନିଷ୍ପତ୍ତି । ସୁଆର ଓ ମହାସୁଆରଙ୍କ ସହ ଆଲୋଚନା କରାଯାଇ ସ୍ଥାନ ନିରୂପଣ ହେବ । ଜଗା ଦର୍ଶନ ସହ ଟଙ୍କ ତୋରାଣୀ ପାଇପାରିବେ ଭକ୍ତ ।