ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆସନ୍ତାକାଲି ବସିବ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁର୍ବଭଳି ଭିଡିଓ କନଫେରେନସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ, ସ୍ଥାୟୀ ଅଧ୍ୟକ୍ଷ ଥିବା ଗଜପତି ମହାରାଜା ଅଧ୍ୟକ୍ଷତା କରିବେ । ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ଜିଲ୍ଲାପାଳ ବଲୱନ୍ତ ସିଂ, ମୁଖ୍ୟ ପ୍ରଶାସକ ଶ୍ରୀକ୍ରୀଷନ କୁମାର, ଏସପି ଉମାଶଂକର ଦାସ ଆଦି ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ସମସ୍ତ ପରିଚାଳନା କମିଟି ସଦସ୍ୟ, ସେବାୟତ ପ୍ରତିନିଧି ଯୋଗ ଦେବାର ମଧ୍ୟ କାର୍ୟ୍ୟକ୍ରମ ରହିଛି ।