ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସ୍ୱସ୍ତି ଶ୍ରୀପାଳୀ ମହୋତ୍ସବ ଅନୁଷ୍ଠିତ

0

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରୀଆ ସ୍ଥିତ ସତ୍ସଙ୍ଗ ବିହାର ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସ୍ୱସ୍ତି ଶ୍ରୀପାଳୀ ମହୋତ୍ସବ ଅନଷ୍ଠିତ ହୋଇଯାଇଛି। ମଙ୍ଗଳବାର ସକାଳ ପ୍ରାର୍ଥନା ପରେ ମହୋତ୍ସବର ଉଦ୍ଘାଟନ ହୋଇଥିଲା। ଏଥିରେ ସାରସକଣା ବିଧାୟକ ଡ଼ା. ବୁଢାନ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ମହୋତ୍ସବରେ ମୟୁରଭଞ୍ଜ ସମେତ ବାହାର ରାଜ୍ୟରେ ଥିବା ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶ୍ରଦ୍ଧାଳୁମାନେ ବହୁ ମାତ୍ରାରେ ଯୋଗ ଦେଇଥିଲେ। ମହୋତ୍ସବର ସଭାପତି ଶ୍ରୀଯୁକ୍ତ ବେଣୁଧର ମହାରଣା, ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାନ୍ତି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ଅବସରରେ କୁନି କୁନି ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଝାରପୋଖରିଆ ଥାନା ତରଫରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।