ଶ୍ରୀ ଜଗନ୍ନାଥ ଯୋଗ ଏବଂ ୱେଲପର ଫାଉଣ୍ଡେସନ ତରଫରୁ ମାଗଣା ଆୟୁର୍ବେଦିକ ମେଡିସିନ ବଣ୍ଟନ

0

(ଜୟନ୍ତ କୁମାର ସେଠୀ /ପୁରୀ): ଶ୍ରୀ ଜଗନ୍ନାଥ ଯୋଗ ଏବଂ ୱେଲପର ଫାଉଣ୍ଡେସନ ତରଫରୁ ପୁରୀ ଜିଲ୍ଲାର କୋଣାର୍କ ଓ କେନ୍ଦ୍ରାପଡ଼ାଠାରେ ହେଲଥ ପ୍ରୋଜେଟ ଫ୍ରୀ ଆୟୁର୍ବେଦିକ ମେଡିସିନକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ସୈମ୍ୟକାନ୍ତ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଉଦଘାଟନ ଅବସରରେ ଡଃ ଏସ.କେ ପଣ୍ଡା ଓ ସମାଜ ସେବୀ ଶ୍ରୀ ଯୁକ୍ତ ସତ୍ୟ ନାରାୟଣ ସାହୁ, କବି ଦେବ ଦତ୍ତ ପ୍ରଧାନ, ସତ୍ୟ ରଞ୍ଜନ ପରିଡା, ମୋହନ କୁମାର ଦାସ, ଶ୍ରୀକାନ୍ତ ଭଦ୍ର, ଦିଲ୍ଲୀପ, ତାପସ, ସମାଜ ସେବୀ ଜୟନ୍ତ, ରଞ୍ଜନ ସାହୁ, ଓ ଯୋଗ ଗୁରୁ ଇତ୍ୟାଦି ଯୋଗ ଦେଇଥିଲେ।
ଶ୍ରୀ ଜଗନ୍ନାଥ ଯୋଗ ଏବଂ ୱେଲପର ଫାଉଣ୍ଡେସନର ମୂଳ ଉଦ୍ଦେଶ୍ୟ ହେଲା ଆୟୁର୍ବେଦ ମେଡିସିନ ଉପରେ ଲୋକମାନେ ବିଶ୍ଵାସ କରିବା, ମହାମାରୀ କରୋନା ଭୂତାଣୁ ଓ ବିଭିନ୍ନ ପ୍ରକାର ରୋଗରୁ କିପରି ରକ୍ଷା ପାଇବା ଏଥି ନେଇ ଯୋଗର ପ୍ରାଧାନ୍ୟତା ଓ ଲୋକ ମଙ୍ଗଳ ପାଇଁ ଫ୍ରି ଆୟୁର୍ବେଦିକ ମେଡ଼ିସିନର ପ୍ରଧାନ୍ୟତା ଉପରେ ବିସ୍ତାର ରୂପେ ବର୍ଣ୍ଣନା କରାଯିବା ସହ ଅସହାୟ ଓ ଗରିବଙ୍କୁ ମାଗଣାରେ ଆୟୁର୍ବେଦ ମେଡିସିନ ବଣ୍ଟା ଯାଇଥିଲା। ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା।