ଷଷ୍ଠତମ ଜିଲ୍ଲାସ୍ତରୀୟ ଶିଶୁଉତ୍ସଵ ଅନୁଷ୍ଠିତ

0

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗ୍ରାମର ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବହୁ ଆଡମ୍ବରରେ ବାମନଘାଟୀ-ପାଞ୍ଚପିଢ଼ ସାଙ୍ଗଠନିକର ମିଳିତ ଉଦ୍ୟମରେ ଷଷ୍ଠତମ ଜିଲ୍ଲାସ୍ତରୀୟ ଶିଶୁଉତ୍ସଵ ୨୦୧୯-୨୦ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଓଷ୍ଟା ସଂଘର ସଭାପତି ଶ୍ରୀ ଯୁକ୍ତ ମନୋରଞ୍ଜନ ରାଉତ ପତାକା ଉତ୍ତୋଳନ କରିଥିବା ବେଳେ ଉଦଘାଟନ ଉତ୍ସବର ମୁଖ୍ୟ ଅତିଥି ରୂପେ ମୟୁରଭଞ୍ଜ ଜିଲ୍ଲାର ସାଂସଦ ବିଶେଶ୍ୱର ଟୁଡୁ ପ୍ରଭୁ ଜଗନ୍ନାଥ ଠାକୁରଙ୍କ ଫୋଟରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହାପରେ ସେ ତାଙ୍କ ଭାଷଣରେ କହିଥିଲେ ଯେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଇଲାକାର ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟରେ ବାମନଘାଟୀ-ପାଞ୍ଚପିଢ଼ ଶିକ୍ଷକ ସାଙ୍ଗଠନିକ ତରଫରୁ ଏ ଭଳି ଏକ ଜିଲ୍ଲାସ୍ତରୀୟ ଶିଶୁଉତ୍ସଵ କାର୍ୟ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତ ଓଷ୍ଟାର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଏବଂ ଏଭଳି ଜିଲ୍ଲାସ୍ତରୀୟ ଶିଶୁଉତ୍ସଵ କାର୍ୟ୍ୟକ୍ରମ କରି ଶିଶୁମାନଙ୍କ ଭିତରେ ଯେଉଁ ପ୍ରତିଭା ଲୁକାୟତ ଅବସ୍ଥାରେ ରହିଛି ଏଇ ଜିଲ୍ଲାସ୍ତରୀୟ ଶିଶୁଉତ୍ସଵ ଦ୍ବାରା ଶିଶୁମାନଙ୍କର ପ୍ରତିଭାର ବିକାଶ ହେବ ବୋଲି କହିଥିଲେ। ଜିଲ୍ଲାସ୍ତରୀୟ ଶିଶୁଉତ୍ସଵ ରେ ଦଶଟା ବ୍ଲକର ସ୍କୁଲ ଛାତ୍ରଛାତ୍ରୀ ମାନେ ଏଇ ଶିଶୁଉତ୍ସଵ ରେ ଭାଗନେଇଥିଲେ।ଏଇ ଶିଶୁଉତ୍ସଵ ରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀମାନେ କୃତିତ୍ୱ ହାସଲ କରିବେ ଉକ୍ତ ଛାତ୍ରଛାତ୍ରୀ ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।ଏଇ ଜିଲ୍ଲାସ୍ତରୀୟ ଶିଶୁଉତ୍ସଵ ଆୟେଜନ କରିବାରେ ଯିଏ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି ସିଏ ଆଉ କେହି ନୁହନ୍ତିସେ ହେଉଛନ୍ତି ଆମର ପ୍ରୟ ସାର ଯଦୁନାଥପୁର ସୀମାନ୍ତଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଓଷ୍ଟା ର ସମ୍ପାଦକ ଡକ୍ଟର ରାଧାକାନ୍ତ ମହାରଣା।ତାଙ୍କ ପ୍ରଚେଷ୍ଟାରେ ଆଜି ଷଷ୍ଠତମ ଜିଲ୍ଲାସ୍ତରୀୟ ଶିଶୁଉତ୍ସଵ ଅନୁଷ୍ଠିତ ହୋଇପାରିଛି।ଏହି ଉତ୍ସଵ ରେ ସହଯୋଗ କରିଛନ୍ତି ଓଷ୍ଟା ର ସଭାପତି ଶ୍ରୀ ମନୋରଞ୍ଜନ ରାଉତ, ଶରତ କୁମାର ମହାନ୍ତ,ସମ୍ପାଦକ-ଦୁର୍ୟ୍ୟୋଧନ ବେହେରା, ଗୀୟନ ରଞ୍ଜନ ପାଣିଗ୍ରାହୀ,ଭାଗ୍ୟବାନ ମହାନ୍ତସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ସଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡକ୍ଟର ରାଧାକାନ୍ତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ସେ ପଦଟିଏ କହିଥିଲେ ଶିଶୁ ହସିଲେ ଦୁନିଆ ହସିବ।