ସକାଳ ୬ଟାରୁ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ପାର୍କ

0

(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ପାର୍କ ଗୁଡ଼ିକ ସକାଳ ୬ଟାରୁ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ । ଏଥିପାଇଁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଗାଇଡଲାଇନ୍ ଓ ବିଜ୍ଞପ୍ତି ଜାରି କରାଯାଇଛି।
ସହରାଞ୍ଚଳର ନାଗରିକମାନଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି । ଏସବୁ ସୁବିଧା ଅଧିକରୁ ଅଧିକ ନାଗରିକଙ୍କ ଉପଲବ୍ଧ କରାଇବା ଲକ୍ଷ୍ୟରେ ରାଜ୍ୟରେ ଥିବା ସମସ୍ତ ସର୍ବସାଧାରଣରେ ପାର୍କ ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୯ଟା ପର୍ୟ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହାଠୁ ବି ଅଧିକ ସମୟ କୌଣସି ପାର୍କ ଖୋଲା ରହେ, ତା’ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହାର ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ପ୍ରତ୍ୟେକ ପାର୍କର ପ୍ରବେଶ ପଥରେ ପାର୍କ ଖୋଲା ରହିବାର ଅବଧି ଓ ସେଠାରେ ମିଳୁଥିବା ସୁବିଧା ସମ୍ପର୍କରେ ବଡ଼ ବୋର୍ଡରେ ଲିଖିତ ଭାବେ ଜନସାଧାରଣଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି।