ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

0

(ରିପୋଟର୍ସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ଗତକାଲି ବିଳମ୍ବିତ ରାତିରେ ବାଇକ ଯୋଗେ ଦୁଇଜଣ ଯୁବକ ଉଦିତ ନଗରରୁ ସେମାନେ ରହୁଥିବା ବାସନ୍ତୀ କଲୋନି ଘରକୁ ଫେରୁଥିବା ବେଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି ।ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ , ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମୃତକ ହେଲେ ସୁମିତ କୁଅଁର ଏବଂ ଆହତ ଜଣଙ୍କ ପପୁ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ସାଢ଼େ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁହେଁ ନିଶାରେ ଥିଲେ ବୋଲି କୁହାଯାଉଛି। ସେମାନେ ବାସନ୍ତୀ କଲୋନିର ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଓଭରବ୍ରିଜରେ ଆସୁଥିଲେ। ହଠାତ୍ ଭାରସାମ୍ୟ ହରାଇବା ଫଳରେ ଓଭରବ୍ରିଜରୁ ଦୁହେଁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ସୁମିତ କୁଅଁରଙ୍କର ମୃତ୍ୟୁ ହୋଇଥିବା ବେଳେ ସାଙ୍ଗଜଣକ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କର୍ତ୍ତି କରାଯାଇଥିବା ଜଣାପଡିଛି । ସୁମିତ କୁଅଁର ଜଣାଶୁଣା ବିଜେଡି ନେତା ଶ୍ରୀବତ୍ସ କୁଅଁରଙ୍କ ପୁଅ ବୋଲି ଜଣାପଡିଛି ।