(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମହାରାଷ୍ଟ୍ରର ପାଲଘରର ତ୍ରୟମ୍ବକେଶ୍ୱର ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଗୁରୁତର ଆହତ ହୋଇଛନ୍ତ । ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ସରକାରୀ ଉଦ୍ଧାରକାରୀ ଦଳ ଉଚିତ ସମୟରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିବା ସୂଚନା ରହିଛି। ଗୁରୁତର ବସ୍ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ୟ୍ୟ ଏବେ ମଧ୍ୟ ଜାରି ରହିଛି।
ଞଙ୍ଗସଗ୍ଧଗ୍ଧରକ୍ସ ଇୟଗ୍ଦ ସଦ୍ଭଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ ବଦ୍ଭୟ କ୍ଟ୍ରକ୍ସସଙ୍ଖବମଚ୍ଚ
ଉଲ୍ଲେଖଯୋଗ୍ୟ, ଏପରି ଦୁର୍ଘଟଣାରେ ଲୋକଙ୍କ ଜୀବନ ଯିବା ମହାରାଷ୍ଟ୍ରରେ ପ୍ରଥମ ଥର ଘଟୁନାହିଁ। ନିକଟ ଅତୀତରେ ମଧ୍ୟ ୨ ମାସ ତଳେ ମହରାଷ୍ଟ୍ରର ଗଦଚିରୋଲି ଅଞ୍ଚଳରେ ଏକ ଟ୍ରକ୍-ବସ୍ ମୁହାଁମୁହିଁ ହେବାରୁ ଦୁର୍ଘଟଣା ଘଟିବା ପରେ ସ୍କୁଲ୍ ଛାତ୍ରଙ୍କ ସମେତ ସମୁଦାୟ ୪ ଜଣ ଲୋକଙ୍କ ଜୀବନ ଯାଇଥିଲା। ଚଳତବର୍ଷ ଜାନୁଆରି ୧୬ ତାରିଖରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।