( କାମାକ୍ଷାନଗର / ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଶିଆରିମାଳିଆ ନିକଟରେ ଆଜି ମଧ୍ୟାହ୍ନରେ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତ ଓ ଆହତ ଦୁଇ ଯୁବକଙ୍କଘର ଚୁଳିଆ ମୁଣ୍ଡା ସାହିର ବୋଲି ଜଣାପଡିଛି। ଦୁହେଁ ମାଲିକଙ୍କ ଘର ମୁକ୍ତାପସିରେ ଟିପର ରଖିଦେଇ ତାଙ୍କର ମଟର ସାଇକେଲରେ ନିଜ ଗ୍ରାମକୁ ଆସୁଥିବାବେଳେ ସିଆରିମାଳିଆଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହେଇଥିଲେ।ଫଳରେ ଘଟଣାସ୍ଥଳରେ ମଟରସାଇକେଲ ଚଳାଉଥିବା ଶେଷଙ୍କର ମୃତ୍ୟୁ ହୋଇଥିବାବେଳେ ଅମର ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।