ସଡକ ଦୁର୍ଘଟଣା , ଜଣେ ମୃତ

0

( ଆଠଗଡ / ବିରୁପାକ୍ଷ ପ୍ରଧାନ): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମର ଭିଆଇପି ମାକେର୍ଟଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କାନପୁର ସନେଇ ସାହିର ସଦାନନ୍ଦ ନାୟକ ।

ସୂଚନାଅନୁସାରେ , ସାଇକେଲ ଯୋଗେ ଘରକୁ ଫେରିଥିବାବେଳେ ଏକ ପିକପଅ ଭ୍ୟାନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି । ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇଦିଆଯାଇଛି ।