( ଭୁବନେଶ୍ୱର / ରିପୋର୍ଟସଟୁଡେ): ଜଗତସିଂହପୁର ଜିଲ୍ଲା କନ୍ଦରପୁର ମାଛଗାଁ ନିକଟରେ ଘଟିଛି ସଡକ ଦୁର୍ଘଟଣା । ହାଇୱା ଓ ବାଇକ ମଧ୍ୟରେ ଧକ୍କା ହୋଇଛି । ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଯାଇଛି । ମୃତକ ଜଣକ ହେଲେ ବାଲିକୁଦା ଥାନା ତେରାତାଙ୍ଗ ଗାଁର ସୂର୍ୟ୍ୟକାନ୍ତ ଶତପଥୀ ଏବଂ ଆହତ ଜଣକ ହେଉଉନ୍ତି ଅଲାଭର ଶାସନ ଗ୍ରାମର ମୁନ୍ନା ଦାସ ।
ସୂଚନାନୁସାରେ, ଆଜି ସକାଳେ ସୁର୍ୟ୍ୟକାନ୍ତ ଓ ମୁନ୍ନା ବାଇକରେ ଯାଉଥିବାବେଳେ ମାଛ ଗାଁ ନିକଟରେ ସେମାନଙ୍କୁ ଏକ ହ୍ୱାଇୱା ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସୂର୍ୟ୍ୟକାନ୍ତ ପ୍ରାଣ ହାରିଥିଲେ । ମୁନ୍ନାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇ ତଦନ୍ତ କରୁଛି ।